ଭୁବନେଶ୍ୱର ( ଦ କୁଇଭର ):- ସକାଳ ୮ଟାରୁ ତାତିରେ ଖଇ ଫୁଟୁଛି ସାରା ରାଜ୍ୟ। ଉପକୂଳରୁ ଉପାନ୍ତ, ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ସମାନ ସ୍ଥିତି। କେଉଁଠି ବି ତାତିରୁ ନିସ୍ତାର ମିଳୁ ନାହିଁ। ଦିନ ବଢ଼ିବା ସହ ତାତିର ପ୍ରକୋପ ଏତେ ବଢ଼ିଯାଉଛି ଯେ ଶରୀରରୁ ଜଳୀୟ ଅଂଶ କମିଯାଉଛି। ସ୍ଥାନେ ସ୍ଥାନେ ଲୋକେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ତାତି ପ୍ରକୋପରେ କିଏ ରାସ୍ତାରେ ଟଳି ପଡ଼ୁଛନ୍ତି ତ ଆଉ କିଏ ପ୍ରତି ମୂହୂର୍ତ୍ତରେ ଗଛ ଛାଇ ଖୋଜୁଛନ୍ତି। ଲଗାତାର ୧୨ ଦିନ ହେଲା ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗିରହିଛି।
ଆଗାମୀ ୪ ଦିନ ଆହୁରି ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏବେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି, ଯାହାକି ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଲାଗିରହିବ। ତେଣୁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରି ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ ୧୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍)ରୁ ଭୀଷଣ ଗ୍ରୀଷ୍ମପ୍ରବାହ(ସିଭିଅର ହିଟ୍ୱେଭ୍) ସ୍ଥିତି ଲାଗିରହିବାକୁ ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୭ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୩୯ରୁ ୪୧ ଡିଗ୍ରି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ରୁ ୪୩ ଡଗ୍ରି ମଧ୍ୟରେ ରହିବାର ସମ୍ଭାବନା ରହିଛି।
ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଉପକୂଳରେ ୨୪ରୁ ୨୬ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ରୁ ୨୫ ଡିଗ୍ରି ମଧ୍ୟରେ ରହିଛି। ଏହି ସମୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ୨୭ ଓ ୨୮ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହିଟ୍ୱେଭ୍ରୁ ସିଭିଅର ହିଟ୍ୱେଭ୍ ଅନୁଭୂତ ହେବାକୁ ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି। ଏପ୍ରିଲ ୨୯ ଓ ୩୦ ତାରିଖରେ ଝାରସୁଗୁଡ଼ା, ମାଲକାନଗିରି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାକୁ ରେଡ୍ ଆଲର୍ଟ ସହ ବାକି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
No comments yet.
Health & lifestyle
ବ୍ରହ୍ମପୁର ( ଦ କୁଇଭର ):-:ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହେବା ସହ ତୁମୁଳକାଣ୍ଡ ଘଟିଥିଲା। ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିଲେ। ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଛନ୍ତି।ଶିବଶଙ୍କର ଙ୍କୁ ଗୋଷାଣୀ ନୂଆଗାଁ ଥାନାରେ ଅଟକ ରଖିବା ପରେ ଥାନା ଆଗରେ ତାଙ୍କର ସମର୍ଥକଙ୍କ ହୋହଲ୍ଲା ଦେଖିବାକୁ ମିଳିଛି। ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ, ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମତଦାନ ଚାଲିଥିବା ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା ବ୍ରହ୍ମପୁରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖ ୮୦ ନମ୍ବର ବୁଥ୍ରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ପରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ। ଏହାପରେ ପୋଲିସ୍ ସହ ବି ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍କୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଆଙ୍କୁଲି ହାଇସ୍କୁଲ ଛକରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମୃଦୁ ଲାଠି ଚାଳନା କରିଥିଲା ପୋଲିସ। ଲାଞ୍ଜିପଲି ୬୮ ନମ୍ବର ବୁଥ୍ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାରେ ବିଜେପି ଓ ବିଜେଡି କର୍ମୀ ସଂଘର୍ଷରେ ୨ ଜଣ ଲେଖାଏଁ ଆହତ ହୋଇଛନ୍ତି।
State
ଝାରସୁଗୁଡ଼ା(ଦ କୁଇଭର): ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିକୁ ଅସ୍ଥିର କରୁଛନ୍ତି ବିଧାୟିକା ଦୀପାଳି ଦାସ । ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ କାଳେ ଭିତିରି ସହଯୋଗ କରୁଛନ୍ତି । ସେଠାରେ ବିଜେପି କେମିତି ଆଗକୁ ବଢ଼ିବ ସେଥିରେ ଦୀପାଳିଙ୍କ ଯୋଗଦାନ ରହୁଛି । ବ୍ରଜରାଜନଗରର ବିଜେପି କର୍ମୀ ସୁରେଶଙ୍କ ସାଥ ଦେଉ ନଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ସୁରେଶଙ୍କ ସହ ବୁଲିଲେଣି । ସେମାନଙ୍କୁ କାଳେ ଝାରସୁଗୁଡ଼ାରୁ ପାଣ୍ଠି ମିଳୁଛି । ଲକ୍ଷ୍ୟ କାଳେ ବ୍ରଜରାଜନଗର ବିଜେଡିକୁ ପାନେ ଦେବା । ଝାରସୁଗୁଡ଼ାରେ ଦୁଇ ବିଧାୟିକା ଉପନିର୍ବାଚନରେ ପଦବୀ ପାଇଛନ୍ତି । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ଠାରୁ ବରିଷ୍ଠ । ଏଥର ଦୁହେଁ ଜିତିଲେ ଅଳକାଙ୍କ ଗୁରୁତ୍ୱ ବରିଷ୍ଠତା ଭିତ୍ତିରେ ରହିବ । ତେଣୁ ଦୀପାଳି କାଳେ ଚେର କାଟୁଛନ୍ତି । ଏକଥା ଏବେ ବ୍ରଜରାଜନଗରରେ ବେଶ ଚର୍ଚ୍ଚା ହେଉଛି । ନିର୍ବାଚନ ଯେତିକି ପାଖଉଛି ବ୍ରଜରାଜନଗରରେ ଫୋକସ ସେତିକି ଅଧିକ ହେଉଛି । ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି କାଳେ ବର୍ଷା କରୁଛନ୍ତି । ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଭୋଟରଙ୍କୁ । ଭୋଟ ଦେଲେ ଦିଅ, ନଦେଲେ ନାହିଁ ବୋଲି କହି ଧମକ ଦେଉଛନ୍ତି । ସ୍ଥିତି ପୂରା ତାଙ୍କ ଅକ୍ତିଆରରେ ରଖିଥିବା କୁହାଯାଉଛି । ପ୍ରବଳ ପାଣ୍ଠି ବିନିଯୋଗ ହେଉଛି । ପୂରା ବନ୍ୟା କାଳେ ହେଉଛି । ଦୀପାଳିଙ୍କ ସମର୍ଥକମାନେ ଭୋଜି ଭାତ ଆଉ ମଉଜ ମଜଲିସ କରୁଛନ୍ତି । ଝାରସୁଗୁଡ଼ାକୁ ଜଗିଥିବା ଦୀପାଳି ବ୍ରଜରାଜନଗରରେ କେଁ କରୁଛନ୍ତି । ଦୁଇଦିନ ପୂର୍ବେ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କର କର୍ମୀ ବୈଠକ ଥିଲା । ସେଠାରେ ବିଜେପି କର୍ମୀ ସାମିଲ ହେଲେ ନାହିଁ । ଅନେକ ବିଜେପି କର୍ମୀ ତାଙ୍କ ଠାରୁ ଦୂରେଇ ରହିଲେ । ଏହାକୁ ନେଇ ସୁରେଶ ପୂରା ହତାଶ ହୋଇ ପଡ଼ିଛନ୍ତି । ତୃଣମୂଳ ସ୍ତର ବା ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ ନଥିବାରୁ ସୁରେଶଙ୍କୁ ଗ୍ରହଣ କରୁନାହାନ୍ତି ଲୋକେ । ବିଜେପିର ଅନେକ କର୍ମୀ ଓ ଝାରସୁଗୁଡ଼ାବାସୀ ସୁରେଶଙ୍କୁ ଉପେକ୍ଷା କରୁଥିବା ବେଳେ ତାଙ୍କୁ ବଳ ଦେଉଛନ୍ତି ଦୀପାଳିଙ୍କ ଦ୍ୱାରା ପରିଚାଳିତ ବିଜେଡି ବିଦ୍ରୋହୀ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡ଼ାର କିଛି ବିଜେଡି କର୍ମୀ ବି ସୁରେଶଙ୍କ ସହ ରହୁଥିବା କୁହାଯାଉଛି । ଏଥିପାଇଁ ଦୀପାଳିଙ୍କର ସିଧା ସମର୍ଥନ ରହିଥିବା କୁହାଯାଉଛି । ସୁରେଶଙ୍କୁ ପାଣ୍ଠିର ସହାୟତା ବି ଦୀପାଳି କରୁଥିବା ଚର୍ଚ୍ଚା ଜୋର ହେଲାଣି । ଦୀପାଳିଙ୍କର ଟାର୍ଗେଟ କାଳେ ଅଳକାଙ୍କୁ ହରାଇବା । ଦୀପାଳିଙ୍କ ଟାର୍ଗେଟ ନିଜ ପତିଆରା ରଖିବା । ତାଙ୍କୁ ଅଧିକ ଖୋରାକ ଯୋଗାଇଛି ନିକଟରେ ବିଜେଡି କନିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ସଭା । ପାଣ୍ଡିଆନଙ୍କ ସଭାରେ ସେ ଭାଷଣ ଦେଇ ନିଜକୁ ପଣ୍ଡିଆନ ଓ ତାଙ୍କ ଟିମ୍ର ନିକଟର ବୋଲି ଦର୍ଶାଉଛନ୍ତି । ତେଣୁ ସେ ଝାରସୁଗୁଡ଼ା ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିବାକୁ ଲାଇସେନ୍ସ କାଳେ ପାଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ସେ ନିସ୍କଣ୍ଟକ ରହିବାକୁ ଚାହୁଁଛନ୍ତି । ଅଳକା ଜିତିଲେ ତାଙ୍କୁ କଣ୍ଟା ହୋଇ ପାରନ୍ତି । ତେଣୁ ମୂଳରୁ ହିଁ ତାଙ୍କୁ କାଟିବାକୁ ଲାଗିଥିବା କୁହାଯାଉଛି । ତେଣୁ ସୁରେଶଙ୍କୁ ଦୀପାଳିଙ୍କ ଠୁ ସହାୟତା ମିଳୁଛି । ବିଜେପିକୁ ବଳ ଦେଇ ଦୀପାଳି କାଳେ ବିଜେଡି ପିଠିରେ ଛୁରୀ ଭୁଶୁଛନ୍ତି । ଏକଥାକୁ ନଜର ଦିଆନଗଲେ, ଆଗକୁ ପୂରା ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଗୋଳମାଳ କରିଦେବେ ଦୀପାଳି ବୋଲି କୁହାଯାଉଛି । ଦେଖାଯାଉ ଦୀପାଳିଙ୍କ ଏହି ଛୁରୀ ମରା କାମକୁ ଦଳ ସମର୍ଥନ କରୁଛି ନା ତାଙ୍କୁ ତାଗିଦ କରି ବିଜେପିକୁ ଦେଉଥିବା ସହାୟତା ବନ୍ଦ କରୁଛି ।
International
ଦ କୁଇଭର ବ୍ୟୁରୋ: ଆଜି ଫ୍ରାନ୍ସର କାନ୍ସରେ ଆରମ୍ଭ ହୋଇଛି ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ । ଏହା ଆଜି ଠୁ ଆରମ୍ଭ ହୋଇ ମେ ୨୫ ତାରିଖ ଯାଏଁ ଚାଲିବ। ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ ରେ ଭାରତ ପ୍ରତିନିଧିତ୍ଵ କରିବାକୁ ଯାଉଛି । ଭାରତୀୟ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହି ଉତ୍ସବର ବିଭିନ୍ନ ବିଭାଗରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ଗୁଡ଼ିକର ନାମ ଘୋଷଣା ସରିଛି,ଯେଉଁଥିରେ ସାରା ବିଶ୍ୱରୁ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ରହିଛି । ବହୁ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ଏହି ଇଭେଣ୍ଟରେ ପ୍ରଦର୍ଶିତ ହେବାକୁ ଯାଉଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ 'ଭାରତ ପର୍ବ' ଆୟୋଜନ କରାଯିବ। ଯେଉଁଥିରେ ବିଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିବା ସହ ବିଶ୍ୱର ଚଳଚ୍ଚିତ୍ର ସେଲିବ୍ରିଟି, ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ପ୍ରଯୋଜକ, କ୍ରେତା ଏବଂ ବିକ୍ରୟ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିବା ସହ ତାଙ୍କ ପ୍ରତିଭାକୁ ପ୍ରଦର୍ଶିତ କରାଯିବ । ଏହାସହ ନଭେମ୍ବର ୨୦୨୪ ରେ ଗୋଆରେ ଆୟୋଜିତ ହେବାକୁ ଥିବା ୫୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ(ଆଇଏଫ୍ଏଫ୍ଆଇ) ଏବଂ ପ୍ରଥମ ବିଶ୍ବ ଅଡିଓ ଭିଜୁଆଲ୍ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭସ) ର ‘ସେଭ୍ ଦି ଡେଟ୍’ର ଅଫିସିଆଲ୍ ପୋଷ୍ଟର ଓ ଟ୍ରେଲର ଭାରତ ପର୍ବରେ ଉନ୍ମୋଚିତ ହେବ। ସୂଚନାନୁଯାୟୀ ,ଚଳିତ ବର୍ଷର କାନ୍ସ ଫେଷ୍ଟିଭାଲ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ଅଟେ । କାରଣ କାନ୍ସର ସମ୍ମାନଜନକ 'ପାମ ଡି’ଅର୍ (Palme d'Or)' ପୁରସ୍କାର ପାଇଁ ଲେଖକ ତଥା ନିର୍ଦ୍ଦେଶକ ପାୟଲ କପାଡିଆଙ୍କ ଚଳଚ୍ଚିତ୍ର 'ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍'କୁ ମନୋନୀତ କରାଯାଇଛି । ଏହା ପାୟଲ କପାଡିଆଙ୍କ ପାଇଁ ଏକ ବଡ ସଫଳତା। ତେବେ ୩୦ ବର୍ଷ ପରେ ଭାରତ ପୁଣି ତାର ଜଲୱା ଦେଖାଇବାକୁ ଯାଉଛି। ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଅଫିସିଆଲ ସିଲେକ୍ସନର ପ୍ରତିଯୋଗିତା ବିଭାଗରେ ଭାରତୀୟ ଟାଇଟଲ ସ୍ଥାନ ପାଇଥିବାରୁ ଏହା ଦେଶ ପାଇଁ ଗୌରବର ବିଷୟ ଅଟେ। ଏହା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
State
ବ୍ରହ୍ମପୁର ( ଦ କୁଇଭର ):- ନିର୍ବାଚନ ପରେ ବ୍ରହ୍ମପୁର ସହରରେ ମୁଣ୍ଡ ଟେକିଲା ରାଜନୈତିକ ହିଁସା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦିପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ବ୍ରହ୍ମପୁର ର ପୁର୍ବତନ ମେୟର ତଥା ବ୍ରହ୍ମପୁର ବିଧାନ ସଭା ଆସନ ର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶିବ ଶଙ୍କର କୁ ଗୋଶାଣୀନୂଆ ଗାଁ ପୋଲିସ ଥାନାରେ ଅଟକ ରଖିଛି। ସେପଟେ ଶିବ ଶଙ୍କର ଙ୍କ ସମର୍ଥକ ମାନେ ଥାନାରେ ଭିଡ ଜମାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଶିବ ଶଙ୍କର ହଟାତ ଉତେଜିତ୍ତ ହେବା ପଛରେ କଣ ? କାହିଁକି ହଟାତ ତାତିଲେ ଶିବ ଶଙ୍କର ? ଘଟଣା ସ୍ଥଳ ରେ କିଛି କଥା କଟା କଟି ହୋଇଥିଲା ନା ପୁର୍ବରୁ ମନ ଭିତରେ ଖୁନ୍ଦି ହୋଇଥିବା ରାଗ ସଜାଇଲେ ? ତାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ। ପୋଲିସ ସାମ୍ନାରେ ପ୍ରଦୀପ ଙ୍କୁ ପିଟିଲେ ଶିବଶଙ୍କର। ପ୍ରଦୀପ ପାଣିଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି l ଗୋଷାଣୀ ନୂଆଗାଁ ରେ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ ରେ ଘଟିଛି ଘଟଣା। ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ,ପୋଲିସ ସହ ଆଲୋଚନା କରୁଥିଲେ, ହଟାତ ଏହି ସମୟ ରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ। କୌଣସି ଏକ କରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଆକ୍ରମଣ ହୋଇଥିଲା, ପରେ ହାତାହାତି ହୋଇଥିଲେ। ପ୍ରଦିପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ। ପ୍ରଦୀପ ଏବେ mkcg ମେଡିକାଲ ରେ ଭର୍ତ୍ତି। ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ର ସ୍ଵାଧୀନ ପ୍ରାର୍ଥୀ ଏବଂ ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ।
Politics
ଭୁବନେଶ୍ୱର(ଦ କୁଇଭର): ଭୁବନେଶ୍ୱର ରାଜନୀତିରେ ଜମି ମାଫିଆଙ୍କ ପ୍ରଭାବ ଢ଼େର ଅଧିକ । ସେମାନେ ସବୁ କିଛି ନିୟନ୍ତ୍ରଣ କରୁଛନ୍ତି । ଜମି ମାଫିଆଙ୍କ ନିଦ ହଜାଇ ଦେଇଥିବା ଅପରାଜିତାଙ୍କୁ ଏଥର ଦାବି ଦେବାକୁ ଲଗାଇ ଦେଇଛନ୍ତି ପୂରା ନେଟ୍ୱର୍କ । ଗୋଟିଏ ଗୁଳିରେ ୨ଟି ଶୀକାର କରିଛନ୍ତି ଏମାନେ । ଜମି ମାଫିଆଙ୍କୁ ବିରୋଧ କରୁଥିବା ସୁର ରାଉତରାୟଙ୍କ ବିରୋଧକୁ ବନ୍ଦ କରିବା ପାଇଁ ତାଙ୍କ ପୁଅ ମନ୍ମଥଙ୍କୁ ଅପରାଜିତାଙ୍କ ବିରୋଧରେ ଅସ୍ତ୍ର କରିଦେଇଛନ୍ତି । ଏବେ ଜମି ମାଫିଆଙ୍କ ବିରୋଧରେ କହୁଥିବା ସୁରଙ୍କର କେବଳ ମୁହଁ ବନ୍ଦ ହେବନାହିଁ, ଅପରାଜିତାଙ୍କୁ ସେ ମୁକାବିଲା ବି କରିବେ । ଜମି ବେପାରୀଙ୍କର ଏହି ଚାଲ ଏବେ ଧିରେ ଧିରେ ପଦାକୁ ଆସୁଛି । ଅପରାଜିତାଙ୍କ ବିରୋଧୀ ପ୍ରଚାରରେ ଜମି ମାଫିଆଙ୍କ କଳା ଟଙ୍କା ଲାଗୁଥିବା ବେଳେ ଅପରାଜିତାଙ୍କ ପଛରେ ଛିଡ଼ା ହୋଇଛନ୍ତି ସାଧାରଣ ଲୋକେ । ଏଠି ମାଫିଆ ବନାମ ସାଧାରଣ ଲୋକଙ୍କ ଲଢ଼େଇ ବୋଲି କହୁଛନ୍ତି ବୁଦ୍ଧିଜୀବୀ । ନିର୍ବାଚନ ପୂର୍ବ ସ୍ଥିତିକୁ ନଜର ପକାଇବା । ଭୁବନେଶ୍ୱର ଚାରିପଟେ ମାତିଥିବା ଜମି ମାଫିଆଙ୍କ ବିରୋଧରେ ସ୍ୱର ଉଠାଇଥିଲେ ଅପରାଜିତା । ତାମିଲ ବେପାରୀଙ୍କ ଜମିକୁ ପଦାକୁ ଆଣିଥିଲେ । ଡେରାସରେ ସରକାରୀ କେନାଲ ଜବରଦଖଲ ଉପରେ ବୁଲଡୋଜର ଚଢ଼ାଇଥିଲେ । ଚନ୍ଦକା ଅଞ୍ଚଳରେ ୪୨ଟି ପ୍ଲଟ ଧରିଥିଲେ । ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ଶହଶହ ଏକର ଜମି କିପରି ମାଫିଆ ମାରି ନେଉଛନ୍ତି ତାକୁ ଧରିଥିଲେ । ବିଲ୍ଡର ମାଫିଆ ଓ ଜମି ମାଫିଆଙ୍କ ଜିନା ମୁସ୍କିଲ କରିଦେଲେ ଅପରାଜିତା । ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜମି ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ ଲୋକେ କିପରି ହନ୍ତସନ୍ତ ହେଉଥିଲେ ତାକୁ ବନ୍ଦ କଲେ । ସେପଟେ ସୁର ରାଉତରାୟ ବି ଜମି ମାଫିଆଙ୍କୁ ବିରୋଧ କରୁଥିଲେ । ଏହାକୁ ନେଇ ଜମି ମାଫିଆ ଓ ବିଲ୍ଡର ମାଫିଆ ହରଡ଼ଘଣାରେ ପଡ଼ିଗଲେ । ଅପରାଜିତାଙ୍କୁ ଜବାବ ଦେବା ପାଇଁ ଫିଟ ହେଉନଥିଲେ ଶ୍ରୀମୟୀ ମିଶ୍ର । ତାଙ୍କ ପଛରେ ବଡ଼ ଲବି ଥିଲେ ବି ବିଲ୍ଡର ଓ ଜମି ମାଫିଆଙ୍କ କଳାଟଙ୍କା ଆଗରେ ସବୁ ଲବି ଫିକା ପଡ଼ିଲା । କିଛି ବଡ଼ ବଡ଼ ଅଫିସରଙ୍କର ଶହଶହ କୋଟି ବିଲ୍ଡର ଓ ଜମି ମାଫିଆଙ୍କ ପାଖରେ ରହିଛି । ତେଣୁ ସେମାନଙ୍କ ଲବି ଯୋଗୁ ପ୍ରଥମେ ଶ୍ରୀମୟୀଙ୍କୁ ବାଦ ଦିଆଗଲା । ତାଙ୍କ ସ୍ଥାନରେ କାହାକୁ ଦେଲେ ଉଭୟ ଅପରାଜିତାଙ୍କୁ ମୁକାବିଲା କରିବା ସହ ସୁରଙ୍କ ମୁହଁ ବନ୍ଦ ହୋଇଯିବ । ସେହି ଯୋଜନା କରାଗଲା । କଂଗ୍ରେସରେ ସୁର ସନ୍ତୁଷ୍ଟ ନଥିଲେ । ଗଳିପଶି ବିଜେଡି ସହ କିପରି ହାତ ମିଳାଇବେ ଲାଗିଥିଲେ । ଜମି ମାଫିଆଙ୍କୁ ତାହା ହିଁ ଦେଲା ସୁଯୋଗ । ସୁରଙ୍କୁ ହାତ କରି ଅପରାଜିତାଙ୍କ ବିରୋଧରେ ଲଢ଼େଇ ଦେବାକୁ ହେଲା କାରସାଦି । ସୁର ୨୦୧୯ରେ ଅପରାଜିତାଙ୍କୁ ବହୁତ ଲିଡ ଦେଇଥିଲେ ଜଟଣୀ ନିର୍ବାଚନ ମଣ୍ଡଳୀରୁ । ତେଣୁ ସେଠାରେ ଅପରାଜିତାଙ୍କୁ ବି କାଟିବାର ଥିଲା । ସେଥିପାଇଁ ଜମି ମାଫିଆଙ୍କ ଲବି ସୁରଙ୍କ ସାନପୁଅ ମନ୍ମଥଙ୍କୁ ବାଛିଲା । ପୁଅକୁ ଦେଖାଇ ବାପକୁ ଅସ୍ତ୍ର କଲେ । ଅପରାଜିତାଙ୍କ ବିରୋଧରେ ଲଢ଼ିଗଲେ ସୁର । ତାଙ୍କୁ ଓ ତାଙ୍କ ପୁଅ ପଛରେ ମାଫିଆଙ୍କ ଲବି କାଳେ ବଢ଼ିଚାଲିଲା । ଏବେ ଟଙ୍କା ପାଣି ଭଳି ଉଡ଼ୁଛି । ସୁରଙ୍କ ପାଖରୁ ଆଉ ଭୟ ନାହିଁ ମାଫିଆଙ୍କୁ କେବଳ ଭୟ ଅପରାଜିତାଙ୍କ ଠାରୁ । ତେଣୁ ଅପରାଜିତାଙ୍କୁ ଦାବିବାକୁ ପୂରା ଲବି ଚାଲିଛି । ଶୋଭାଯାତ୍ରା ହେଉ କି ସଭା ସବୁଠି ଢ଼ଳା ଯାଉଛି । ଏବେ ଟିମ୍ କରି ଘର ଘର ବୁଲୁଛନ୍ତି ପ୍ରଚାର ଦଳ । ସେମାନେ ବି ମଟନ ଚିକେନ ଓ ନିଶାପାଣିରେ କାଳେ ଭାସୁଛନ୍ତି । କଳାବେପାରୀମାନେ ଅପରାଜିତାଙ୍କ ବିରୋଧରେ ପାଣ୍ଠି ଖୋଲି ଦେଇଛନ୍ତି । ଅନ୍ୟପକ୍ଷରେ ଅପରାଜିତାଙ୍କ ପାଇଁ ସାଧାରଣ ଲୋକ ପାଣ୍ଠି ଯୋଗାଡ଼ରେ ଲାଗିଛନ୍ତି । ଅପରାଜିତାଙ୍କୁ ଅବସରପ୍ରାପ୍ତ କର୍ମଚାରୀ, ସାଧାରଣ ଲୋକଟିଏ ତାର ସଞ୍ଚୟରୁ ପାଣ୍ଠି ଦେଇ ପ୍ରଚାର କରୁଛି । କଳା ଟଙ୍କା ସହ କଷ୍ଟ ଟଙ୍କାର ଲଢ଼େଇ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବେଶ ରୋଚକ ହେଉଛି । ଦେଖାଯାଉ ଅପରାଜିତାଙ୍କ ପାଖରେ ଛିଡ଼ା ହୋଇଥିବା ସାଧାରଣ ଜନତା ଜିତୁଛନ୍ତି ନା କଳାଟଙ୍କାର ଲବିରେ କିଣା ଭୋଟ ବାଜି ମାରୁଛନ୍ତି ।
State
ଭୁବନେଶ୍ୱର(ଦ କୁଇଭର): ଯୁଆଡ଼େ ଦେଖ ବିଜେଡିର କନିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ସଭା ସମିତିରେ ହେଉ କି ପ୍ରଚାର ବା ଇସ୍ତାହାର ବିଜ୍ଞାପନରେ ହେଉ କି ହୋଡିଂରେ । ସବୁଠି ପାଣ୍ଡିଆନ ଆଉ ପଣ୍ଡିଆନ । ବିଜୁ ଜନତା ଦଳରେ ବିଜୁ ତ ସଂକୁଚିତ ହୋଇଯାଇଛନ୍ତି, ଏବେ ନବୀନ ବି ପଛକୁ ପଡ଼ିଗଲେଣି । ପୂରା ନେତୃତ୍ୱ ନେଲେଣି ପାଣ୍ଡିଆନ । ଆଉ କେହି ବି ଦିଶୁ ନାହାନ୍ତି । ଦଳରେ ଥିବା ବରିଷ୍ଠ ନେତାମାନେ ପୂରା ଅଲୋଡ଼ା । କୌଣସି ଠାରେ ତାଙ୍କ ମୁହଁ ଦିଶୁନି । ଭାଷଣରେ ବି ପାଣ୍ଡିଆନ ନବୀନଙ୍କ ନାମ ଛଡ଼ା ଆଉ କାହାର ନେଉ ନାହାନ୍ତି । ଏହାକୁ ଦେଖି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପୁରୁଖାମାନେ । ରକ୍ତ ଚାଉଳ ଚୋବାଉଛନ୍ତି, ହେଲେ ପାଟି ଚୁପ କରି ରହୁଛନ୍ତି । ଭିତରେ ଭିତରେ ବିଦ୍ରୋହ କୁହୁଳୁଛି । ଫଳାଫଳ ପରେ ବିସ୍ଫୋରଣ ହୋଇପାରେ ବୋଲି କହୁଛନ୍ତି କିଛି ପୁରୁଖା । ଯାହା ବିଜେଡିର ଭବିଷ୍ୟତ ନେଇ ପ୍ରଶ୍ନ ଉଠାଇଛି । ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ନିର୍ବାଚନୀ ସଭା ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି । ସଭାମଞ୍ଚରେ କେବଳ ପାଣ୍ଡିଆନ । ମାତ୍ର ୩ଟି ଚୌକି ପଡ଼ୁଛି । ସ୍ଥାନୀୟ ବିଧାନସଭା ପ୍ରାର୍ଥୀ, ଲୋକସଭା ପ୍ରାର୍ଥୀ ଆଉ ପାଣ୍ଡିଆନ । ବ୍ଲକ, ଏନଏସିର କେହି କର୍ମକର୍ତ୍ତା ଦିଶୁ ନାହାନ୍ତି । ସେହି ଜିଲ୍ଲାର ବରିଷ୍ଠ ନେତାମାନେ ବି ଦିଶୁ ନାହାନ୍ତି । ଅନେକ ସ୍ଥାନରେ କେବଳ ପାଣ୍ଡିଆନ କହି ସଭା ସାରି ଦେଉଛନ୍ତି । ଯେଉଁଠି ନବୀନ ଦିଶୁଛନ୍ତି ମାତ୍ର ପଦୁଟିଏ କହୁଛନ୍ତି । ସିଧା ସଳଖ ଦଳର ପୁରୁଖା ମାନଙ୍କୁ ଚାପି ଦିଆଯାଇଛି । ସେ ଦେବୀ ମିଶ୍ର ହୁଅନ୍ତୁ କି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଞ୍ଜୟ ଦାସବର୍ମା ହୁଅନ୍ତୁ କି ଅରୁଣ ସାହୁ, ଅତନୁ ସବ୍ୟସାଚୀ ହୁଅନ୍ତୁ କି ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ୍ ସାମଲ ହୁଅନ୍ତୁ କି ବଦ୍ରି ପାତ୍ର ବା ପ୍ରତାପ ଜେନା, ଚନ୍ଦ୍ରଶେଖର ସାହୁ କାହାର ବି ଦେଖା ମିଳୁନି । ସଭାମଞ୍ଚରେ ଏମାନେ ଦିଶୁ ତ ନାହାନ୍ତି, ଇସ୍ତାହାର ବିଜ୍ଞାପନରେ ବି କେହି ନାହାନ୍ତି । କେବଳ ନବୀନ ଓ ତଳେ ପାଣ୍ଡିଆନ ହିଁ ରହିଛନ୍ତି । ଏହା କି ବାର୍ତ୍ତା ଦେଉଛି? ପାଣ୍ଡିଆନ ଦଳର ସର୍ବେସର୍ବା ବୋଲି ସ୍ପଷ୍ଟ କରୁ ନାହିଁ ତ ଦଳ? ଦଳର ଅନ୍ୟ ନେତା ମାନେ ଅଲୋଡ଼ା ବୋଲି ଦେଖାଯାଉ ନାହିଁ କି? କନିଷ୍ଠ ନେତାମାନେ ଏହାକୁ ଗ୍ରହଣ କରିନେଉଛନ୍ତି, ମତ୍ର ପୁରୁଖାମାନେ ରାଗିପାଚି ରହିଛନ୍ତି । କିଛି ପୁରୁଖା ତ କହିଲେଣି, ଦଳ ତିଆରି କଲୁ ଆମେ, ଦଳକୁ ବଢ଼ାଇଲୁ ଆମେ, ଦଳର ବିଶ୍ୱସନୀୟତାରେ ଯୋଗ ଦେଲୁ ଆମେ । କର୍ମୀ ଓ ନେତାଙ୍କୁ ଏକଜୁଟ କରି ରଖିଲୁ ଆମେ, ଆଉ ଏବେ ଫଳ ଖାଉଛନ୍ତି ବାହାର ଲୋକ । ଏମିତି ପ୍ରତିକ୍ରିୟା ବଢ଼ିବାରେ ଲାଗିଛି । କେତେକ ତ କହିଲେଣି ନିର୍ବାଚନ ଫଳାଫଳ ପରେ ଦଳରେ ଝଡ଼ ବହିବ । ଦଳର ପୁରୁଖାଙ୍କୁ କରାଯାଇଥିବା ଅବହେଳାର ଜବାବ ଦିଆଯିବ । ଏଠି ହାକିମାତି ଅଧିକ ହେଲେ ବିପକ୍ଷ ଦଳକୁ ଯିବାଟା କିଛି ବଡ଼ କଥା ନୁହେଁ । ଆଗରୁ ସିନା ଯାଇଥିଲେ, ଅସୁବିଧା । ଜିତିବା ପରେ ବଡ଼ ସଂଖ୍ୟା ନେଇ ଭାଙ୍ଗିଗଲେ କଥା ସରିଲା । ପାୱାର ଗଲେ ସବୁ ଯିବ । ଏମିତି କିଛି ପ୍ରସ୍ତୁତି ଭିତରେ ଭିତରେ ଚାଲିଛି । କାଳେ ପୁରୁଖାମାନେ ଏବେ ଏକଜୁଟ ହେଉଛନ୍ତି । ତାଙ୍କ ଭିତିରି ନେଟ୍ୱର୍କ ପୂରା ଜୋରରେ ରାଗିଲେଣି । କେବଳ ଫଳାଫଳକୁ ଅପେକ୍ଷା କରିଛନ୍ତି । ତା ପରେ ଆରମ୍ଭ ହେବ ବିଜେଡି ପାଲା । ଦେଖାଯାଉ ବିଜେଡିରେ ଏ ସ୍ଥିତି ଆଗକୁ ଚାଲୁଛି ନା କିଛି ବଦଳୁଛି ।
State
ବ୍ରହ୍ମପୁର ( ଦ କୁଇଭର ):- ମଙ୍ଗଳବାର ଶିବ ଶଙ୍କର ଦାସ ଓରଫ୍ ପିଣ୍ଟୁଙ୍କ ଜାମିନ ନାମଞ୍ଜୁର ହେବା ସହ ମାନ୍ୟବର ଏସ.ଡି.ଜେ.ଏମ, ବ୍ରହ୍ମପୁର କୋର୍ଟ ଶିବଶଙ୍କର ଦାସ ଙ୍କୁ ମଣ୍ଡଳ କାରାଗାର ପଠାଇଥିବା ସୂଚନା ମିଳିଛି l ଗତକାଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରେ ଗୋଷାଣୀ ନୂଆଗାଁ ପୋଲିସ ତାଙ୍କୁ ଅଟକ ରଖିଥିଲା l ଆଜି କୋର୍ଟ ଚାଲାଣ ହେବାପରେ ମାନ୍ୟବର ତଳକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପୁଣି ଜେଲ କୁ ପଠାଇଥିବା ସୂଚନା ମିଳିଛି l ସୂଚନା ପ୍ରକାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହ ହାତାହାତି ହେବା ପରେ ପିଣ୍ଟୁ ଦାସଙ୍କୁ ଅଟକ ରଖିଥିଲା ଗୋଶାଣୀନୂଆଗାଁ ଥାନା ପୋଲିସ l ସାଂସଦ ପ୍ରାର୍ଥୀ ପ୍ରଦୀପଙ୍କ ସହ ହୋଇଥିଲା ହାତାହାତି l ପ୍ରଦୀପଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ପରେ ଆଜି ଜେଲ ଯାଇଥିବା ସୂଚନା ମିଳିଛି l
Politics
ଦ କୁଇଭର ବ୍ୟୁରୋ :- ଅନୁଭବ ମହାନ୍ତିଙ୍କ ନାଁରେ NBW । ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି କୋର୍ଟ । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଅଭିନେତ୍ରୀରୁ ରାଜନେତା ବନିଥିବା ବର୍ଷା ପ୍ରିୟଦର୍ଶିନୀ ୪ ବର୍ଷ ତଳେ ଅର୍ଥାତ ୨୦୨୦ ଡିସେମ୍ବର ୧୯ରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।ଏହି ଏତଲା ଆଧାରରେ କଟକର ଜେଏମଏଫସି କୋର୍ଟ ମାମଲାକୁ ବିଚାର କରିଛନ୍ତି । ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ସମନ କରିଥିଲେ । କିନ୍ତୁ ହାଜର ନହେବା ପରେ ଜଏମଏଫସି କୋର୍ଟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତିା ବର୍ଷା ପୁରୀଘାଟ ଥାନାରେ ୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଯେଉଁଥିରେ ଅନୁଭବ ମହାନ୍ତି, ତାଙ୍କ କର୍ମଚାରୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳାଇଙ୍କ ନାଁ ରହିଛି । ଏହି ୩ ଜଣ ବ୍ୟକ୍ତି ତାଙ୍କ ରୁମ୍ ଭିତରକୁ ପଶି ତାଙ୍କ ଫଟୋ, ଭିଡିଓ ରେକର୍ଡିଂ କରିବା ସହ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ । ଏହାପରେ ପୋଲିସ ମାମଲା ରୁଜୁ ହୋଇଥିଲା । ଏହାକୁ ତଳ କୋର୍ଟ ଗ୍ରହଣ କରିଥିଲେ । ଦାୟର ହୋଇଥିବା ମାମଲା ମିଛ ବୋଲି ଦର୍ଶାଇ ଅନୁଭବ ମହାନ୍ତି ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । କୋର୍ଟ କିନ୍ତୁ ମାମଲା ଚାଲିବ ବୋଲି କହିଥିଲେ । ପରେ ୩ ଜଣଙ୍କ ନାମରେ ମେ ୮ରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମେ ୧୦ରେ ଏତଲା ଆଧାରରେ ତିନି ଅଭିଯୁକ୍ତଙ୍କୁ ହାଜର ହେବାକୁ କହିଥିଲେ । ନିର୍ବାଚନ ଚାଲିଥିବାରୁ ସୋମବାର ଅନୁଭବ ନିଜେ ହାଜର ହୋଇନଥିଲେ । ବରଂ ଅଧିକ ସମୟ ଲୋଡିଥିଲେ । ଏହାପରେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି । ମେ ୨୩ ସୁଦ୍ଧା ୱାରେଂଟ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ କୁହାଯାଉଛି ଅନୁଭବ ମହାନ୍ତିଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । ସେ ତଳ କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ । ନଚେତ ଶୁଣାଣି ସମୟରେ କୋର୍ଟରେ ହାଜର ହୋଇ ଏନବିଡବ୍ଲୁକୁ ବାତିଲ କରିବାକୁ ଆବେଦନ କରିପାରିବେ ।
National
ଦ କୁଇଭର ବ୍ୟୁରୋ :- ବାରାଣାସୀରେ ମୋଦିଙ୍କ ବିଶାଳ ରୋଡ ଶୋ । ନାମାଙ୍କନ ପୂର୍ବରୁ ଶକ୍ତିପ୍ରଦର୍ଶନ କଲେ ମୋଦୀ ।ଆଜି ବାରଣାସୀ ପାଇଁ ନାମାଙ୍କନ ଭରିବେ ତେଣୁ ଦିନକ ପୂର୍ବରୁ ଏଠାରେ ପହଁଚି ରୋଡ ଶୋ କରିଛନ୍ତି । ଶହ ଶହ କର୍ମୀ ଓ ସମର୍ଥକଙ୍କ ଗହଣରେ ଚମକିଛି ବାରାଣାସୀ । ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାଚ୍ଚର୍ନା କରିଛନ୍ତି ପ୍ରଧାନମନ୍ତ୍ରୀ ।ଗତକାଲି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’ ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ ସହ ମିଶି ୬ କିଲୋମିଟରର ରୋଡ ସୋ’ କରିଥିଲେ ମୋଦୀ । ପ୍ରାୟ ଅଢେଇ ଘଂଟାର ରୋଡ ସୋ’ ପରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଆଜି ସାଢେ ୧୧ ଟାରୁ ୧୧ ଟା ୪୦ ମଧ୍ୟରେ ମୋଦୀ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ରହିଛି । ଜୁନ ୧ ତାରିଖ ତଥା ଶେଷ ପର୍ଯ୍ୟାୟରେ ବାରଣାସୀରେ ନିର୍ବାଚନ ହେବାର ଅଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ୩ ଲକ୍ଷ ୩୭ ହଜାରରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ । ୨୦୧୯ରେ ମୋଦୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିର ସାଲିନି ଯାଦବଙ୍କୁ ୪ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ ।
Politics
ବ୍ରହ୍ମପୁର ( ଦ କୁଇଭର ):- ମଙ୍ଗଳବାର ଶିବ ଶଙ୍କର ଦାସ ଓରଫ୍ ପିଣ୍ଟୁଙ୍କ ଜାମିନ ନାମଞ୍ଜୁର ହେବା ସହ ମାନ୍ୟବର ଏସ.ଡି.ଜେ.ଏମ, ବ୍ରହ୍ମପୁର କୋର୍ଟ ଶିବଶଙ୍କର ଦାସ ଙ୍କୁ ମଣ୍ଡଳ କାରାଗାର ପଠାଇଥିବା ସୂଚନା ମିଳିଛି l ଗତକାଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରେ ଗୋଷାଣୀ ନୂଆଗାଁ ପୋଲିସ ତାଙ୍କୁ ଅଟକ ରଖିଥିଲା l ଆଜି କୋର୍ଟ ଚାଲାଣ ହେବାପରେ ମାନ୍ୟବର ତଳକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପୁଣି ଜେଲ କୁ ପଠାଇଥିବା ସୂଚନା ମିଳିଛି l ସୂଚନା ପ୍ରକାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହ ହାତାହାତି ହେବା ପରେ ପିଣ୍ଟୁ ଦାସଙ୍କୁ ଅଟକ ରଖିଥିଲା ଗୋଶାଣୀନୂଆଗାଁ ଥାନା ପୋଲିସ l ସାଂସଦ ପ୍ରାର୍ଥୀ ପ୍ରଦୀପଙ୍କ ସହ ହୋଇଥିଲା ହାତାହାତି l ପ୍ରଦୀପଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ପରେ ଆଜି ଜେଲ ଯାଇଥିବା ସୂଚନା ମିଳିଛି l
National
ବ୍ରହ୍ମପୁର ( ଦ କୁଇଭର ):- ନିର୍ବାଚନ ପରେ ବ୍ରହ୍ମପୁର ସହରରେ ମୁଣ୍ଡ ଟେକିଲା ରାଜନୈତିକ ହିଁସା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦିପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ବ୍ରହ୍ମପୁର ର ପୁର୍ବତନ ମେୟର ତଥା ବ୍ରହ୍ମପୁର ବିଧାନ ସଭା ଆସନ ର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶିବ ଶଙ୍କର କୁ ଗୋଶାଣୀନୂଆ ଗାଁ ପୋଲିସ ଥାନାରେ ଅଟକ ରଖିଛି। ସେପଟେ ଶିବ ଶଙ୍କର ଙ୍କ ସମର୍ଥକ ମାନେ ଥାନାରେ ଭିଡ ଜମାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଶିବ ଶଙ୍କର ହଟାତ ଉତେଜିତ୍ତ ହେବା ପଛରେ କଣ ? କାହିଁକି ହଟାତ ତାତିଲେ ଶିବ ଶଙ୍କର ? ଘଟଣା ସ୍ଥଳ ରେ କିଛି କଥା କଟା କଟି ହୋଇଥିଲା ନା ପୁର୍ବରୁ ମନ ଭିତରେ ଖୁନ୍ଦି ହୋଇଥିବା ରାଗ ସଜାଇଲେ ? ତାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ। ପୋଲିସ ସାମ୍ନାରେ ପ୍ରଦୀପ ଙ୍କୁ ପିଟିଲେ ଶିବଶଙ୍କର। ପ୍ରଦୀପ ପାଣିଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି l ଗୋଷାଣୀ ନୂଆଗାଁ ରେ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ ରେ ଘଟିଛି ଘଟଣା। ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ,ପୋଲିସ ସହ ଆଲୋଚନା କରୁଥିଲେ, ହଟାତ ଏହି ସମୟ ରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ। କୌଣସି ଏକ କରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଆକ୍ରମଣ ହୋଇଥିଲା, ପରେ ହାତାହାତି ହୋଇଥିଲେ। ପ୍ରଦିପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ। ପ୍ରଦୀପ ଏବେ mkcg ମେଡିକାଲ ରେ ଭର୍ତ୍ତି। ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ର ସ୍ଵାଧୀନ ପ୍ରାର୍ଥୀ ଏବଂ ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ।
National
ଦ କୁଇଭର ବ୍ୟୁରୋ :- ଅନୁଭବ ମହାନ୍ତିଙ୍କ ନାଁରେ NBW । ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି କୋର୍ଟ । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଅଭିନେତ୍ରୀରୁ ରାଜନେତା ବନିଥିବା ବର୍ଷା ପ୍ରିୟଦର୍ଶିନୀ ୪ ବର୍ଷ ତଳେ ଅର୍ଥାତ ୨୦୨୦ ଡିସେମ୍ବର ୧୯ରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।ଏହି ଏତଲା ଆଧାରରେ କଟକର ଜେଏମଏଫସି କୋର୍ଟ ମାମଲାକୁ ବିଚାର କରିଛନ୍ତି । ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ସମନ କରିଥିଲେ । କିନ୍ତୁ ହାଜର ନହେବା ପରେ ଜଏମଏଫସି କୋର୍ଟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତିା ବର୍ଷା ପୁରୀଘାଟ ଥାନାରେ ୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଯେଉଁଥିରେ ଅନୁଭବ ମହାନ୍ତି, ତାଙ୍କ କର୍ମଚାରୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳାଇଙ୍କ ନାଁ ରହିଛି । ଏହି ୩ ଜଣ ବ୍ୟକ୍ତି ତାଙ୍କ ରୁମ୍ ଭିତରକୁ ପଶି ତାଙ୍କ ଫଟୋ, ଭିଡିଓ ରେକର୍ଡିଂ କରିବା ସହ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ । ଏହାପରେ ପୋଲିସ ମାମଲା ରୁଜୁ ହୋଇଥିଲା । ଏହାକୁ ତଳ କୋର୍ଟ ଗ୍ରହଣ କରିଥିଲେ । ଦାୟର ହୋଇଥିବା ମାମଲା ମିଛ ବୋଲି ଦର୍ଶାଇ ଅନୁଭବ ମହାନ୍ତି ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । କୋର୍ଟ କିନ୍ତୁ ମାମଲା ଚାଲିବ ବୋଲି କହିଥିଲେ । ପରେ ୩ ଜଣଙ୍କ ନାମରେ ମେ ୮ରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମେ ୧୦ରେ ଏତଲା ଆଧାରରେ ତିନି ଅଭିଯୁକ୍ତଙ୍କୁ ହାଜର ହେବାକୁ କହିଥିଲେ । ନିର୍ବାଚନ ଚାଲିଥିବାରୁ ସୋମବାର ଅନୁଭବ ନିଜେ ହାଜର ହୋଇନଥିଲେ । ବରଂ ଅଧିକ ସମୟ ଲୋଡିଥିଲେ । ଏହାପରେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି । ମେ ୨୩ ସୁଦ୍ଧା ୱାରେଂଟ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ କୁହାଯାଉଛି ଅନୁଭବ ମହାନ୍ତିଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । ସେ ତଳ କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ । ନଚେତ ଶୁଣାଣି ସମୟରେ କୋର୍ଟରେ ହାଜର ହୋଇ ଏନବିଡବ୍ଲୁକୁ ବାତିଲ କରିବାକୁ ଆବେଦନ କରିପାରିବେ ।
Politics
ଭୁବନେଶ୍ୱର(ଦ କୁଇଭର): ଯୁଆଡ଼େ ଦେଖ ବିଜେଡିର କନିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ସଭା ସମିତିରେ ହେଉ କି ପ୍ରଚାର ବା ଇସ୍ତାହାର ବିଜ୍ଞାପନରେ ହେଉ କି ହୋଡିଂରେ । ସବୁଠି ପାଣ୍ଡିଆନ ଆଉ ପଣ୍ଡିଆନ । ବିଜୁ ଜନତା ଦଳରେ ବିଜୁ ତ ସଂକୁଚିତ ହୋଇଯାଇଛନ୍ତି, ଏବେ ନବୀନ ବି ପଛକୁ ପଡ଼ିଗଲେଣି । ପୂରା ନେତୃତ୍ୱ ନେଲେଣି ପାଣ୍ଡିଆନ । ଆଉ କେହି ବି ଦିଶୁ ନାହାନ୍ତି । ଦଳରେ ଥିବା ବରିଷ୍ଠ ନେତାମାନେ ପୂରା ଅଲୋଡ଼ା । କୌଣସି ଠାରେ ତାଙ୍କ ମୁହଁ ଦିଶୁନି । ଭାଷଣରେ ବି ପାଣ୍ଡିଆନ ନବୀନଙ୍କ ନାମ ଛଡ଼ା ଆଉ କାହାର ନେଉ ନାହାନ୍ତି । ଏହାକୁ ଦେଖି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପୁରୁଖାମାନେ । ରକ୍ତ ଚାଉଳ ଚୋବାଉଛନ୍ତି, ହେଲେ ପାଟି ଚୁପ କରି ରହୁଛନ୍ତି । ଭିତରେ ଭିତରେ ବିଦ୍ରୋହ କୁହୁଳୁଛି । ଫଳାଫଳ ପରେ ବିସ୍ଫୋରଣ ହୋଇପାରେ ବୋଲି କହୁଛନ୍ତି କିଛି ପୁରୁଖା । ଯାହା ବିଜେଡିର ଭବିଷ୍ୟତ ନେଇ ପ୍ରଶ୍ନ ଉଠାଇଛି । ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ନିର୍ବାଚନୀ ସଭା ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି । ସଭାମଞ୍ଚରେ କେବଳ ପାଣ୍ଡିଆନ । ମାତ୍ର ୩ଟି ଚୌକି ପଡ଼ୁଛି । ସ୍ଥାନୀୟ ବିଧାନସଭା ପ୍ରାର୍ଥୀ, ଲୋକସଭା ପ୍ରାର୍ଥୀ ଆଉ ପାଣ୍ଡିଆନ । ବ୍ଲକ, ଏନଏସିର କେହି କର୍ମକର୍ତ୍ତା ଦିଶୁ ନାହାନ୍ତି । ସେହି ଜିଲ୍ଲାର ବରିଷ୍ଠ ନେତାମାନେ ବି ଦିଶୁ ନାହାନ୍ତି । ଅନେକ ସ୍ଥାନରେ କେବଳ ପାଣ୍ଡିଆନ କହି ସଭା ସାରି ଦେଉଛନ୍ତି । ଯେଉଁଠି ନବୀନ ଦିଶୁଛନ୍ତି ମାତ୍ର ପଦୁଟିଏ କହୁଛନ୍ତି । ସିଧା ସଳଖ ଦଳର ପୁରୁଖା ମାନଙ୍କୁ ଚାପି ଦିଆଯାଇଛି । ସେ ଦେବୀ ମିଶ୍ର ହୁଅନ୍ତୁ କି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଞ୍ଜୟ ଦାସବର୍ମା ହୁଅନ୍ତୁ କି ଅରୁଣ ସାହୁ, ଅତନୁ ସବ୍ୟସାଚୀ ହୁଅନ୍ତୁ କି ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ୍ ସାମଲ ହୁଅନ୍ତୁ କି ବଦ୍ରି ପାତ୍ର ବା ପ୍ରତାପ ଜେନା, ଚନ୍ଦ୍ରଶେଖର ସାହୁ କାହାର ବି ଦେଖା ମିଳୁନି । ସଭାମଞ୍ଚରେ ଏମାନେ ଦିଶୁ ତ ନାହାନ୍ତି, ଇସ୍ତାହାର ବିଜ୍ଞାପନରେ ବି କେହି ନାହାନ୍ତି । କେବଳ ନବୀନ ଓ ତଳେ ପାଣ୍ଡିଆନ ହିଁ ରହିଛନ୍ତି । ଏହା କି ବାର୍ତ୍ତା ଦେଉଛି? ପାଣ୍ଡିଆନ ଦଳର ସର୍ବେସର୍ବା ବୋଲି ସ୍ପଷ୍ଟ କରୁ ନାହିଁ ତ ଦଳ? ଦଳର ଅନ୍ୟ ନେତା ମାନେ ଅଲୋଡ଼ା ବୋଲି ଦେଖାଯାଉ ନାହିଁ କି? କନିଷ୍ଠ ନେତାମାନେ ଏହାକୁ ଗ୍ରହଣ କରିନେଉଛନ୍ତି, ମତ୍ର ପୁରୁଖାମାନେ ରାଗିପାଚି ରହିଛନ୍ତି । କିଛି ପୁରୁଖା ତ କହିଲେଣି, ଦଳ ତିଆରି କଲୁ ଆମେ, ଦଳକୁ ବଢ଼ାଇଲୁ ଆମେ, ଦଳର ବିଶ୍ୱସନୀୟତାରେ ଯୋଗ ଦେଲୁ ଆମେ । କର୍ମୀ ଓ ନେତାଙ୍କୁ ଏକଜୁଟ କରି ରଖିଲୁ ଆମେ, ଆଉ ଏବେ ଫଳ ଖାଉଛନ୍ତି ବାହାର ଲୋକ । ଏମିତି ପ୍ରତିକ୍ରିୟା ବଢ଼ିବାରେ ଲାଗିଛି । କେତେକ ତ କହିଲେଣି ନିର୍ବାଚନ ଫଳାଫଳ ପରେ ଦଳରେ ଝଡ଼ ବହିବ । ଦଳର ପୁରୁଖାଙ୍କୁ କରାଯାଇଥିବା ଅବହେଳାର ଜବାବ ଦିଆଯିବ । ଏଠି ହାକିମାତି ଅଧିକ ହେଲେ ବିପକ୍ଷ ଦଳକୁ ଯିବାଟା କିଛି ବଡ଼ କଥା ନୁହେଁ । ଆଗରୁ ସିନା ଯାଇଥିଲେ, ଅସୁବିଧା । ଜିତିବା ପରେ ବଡ଼ ସଂଖ୍ୟା ନେଇ ଭାଙ୍ଗିଗଲେ କଥା ସରିଲା । ପାୱାର ଗଲେ ସବୁ ଯିବ । ଏମିତି କିଛି ପ୍ରସ୍ତୁତି ଭିତରେ ଭିତରେ ଚାଲିଛି । କାଳେ ପୁରୁଖାମାନେ ଏବେ ଏକଜୁଟ ହେଉଛନ୍ତି । ତାଙ୍କ ଭିତିରି ନେଟ୍ୱର୍କ ପୂରା ଜୋରରେ ରାଗିଲେଣି । କେବଳ ଫଳାଫଳକୁ ଅପେକ୍ଷା କରିଛନ୍ତି । ତା ପରେ ଆରମ୍ଭ ହେବ ବିଜେଡି ପାଲା । ଦେଖାଯାଉ ବିଜେଡିରେ ଏ ସ୍ଥିତି ଆଗକୁ ଚାଲୁଛି ନା କିଛି ବଦଳୁଛି ।
Politics
ବ୍ରହ୍ମପୁର ( ଦ କୁଇଭର ):- ନିର୍ବାଚନ ପରେ ବ୍ରହ୍ମପୁର ସହରରେ ମୁଣ୍ଡ ଟେକିଲା ରାଜନୈତିକ ହିଁସା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦିପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ବ୍ରହ୍ମପୁର ର ପୁର୍ବତନ ମେୟର ତଥା ବ୍ରହ୍ମପୁର ବିଧାନ ସଭା ଆସନ ର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶିବ ଶଙ୍କର କୁ ଗୋଶାଣୀନୂଆ ଗାଁ ପୋଲିସ ଥାନାରେ ଅଟକ ରଖିଛି। ସେପଟେ ଶିବ ଶଙ୍କର ଙ୍କ ସମର୍ଥକ ମାନେ ଥାନାରେ ଭିଡ ଜମାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଶିବ ଶଙ୍କର ହଟାତ ଉତେଜିତ୍ତ ହେବା ପଛରେ କଣ ? କାହିଁକି ହଟାତ ତାତିଲେ ଶିବ ଶଙ୍କର ? ଘଟଣା ସ୍ଥଳ ରେ କିଛି କଥା କଟା କଟି ହୋଇଥିଲା ନା ପୁର୍ବରୁ ମନ ଭିତରେ ଖୁନ୍ଦି ହୋଇଥିବା ରାଗ ସଜାଇଲେ ? ତାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ। ପୋଲିସ ସାମ୍ନାରେ ପ୍ରଦୀପ ଙ୍କୁ ପିଟିଲେ ଶିବଶଙ୍କର। ପ୍ରଦୀପ ପାଣିଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି l ଗୋଷାଣୀ ନୂଆଗାଁ ରେ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ ରେ ଘଟିଛି ଘଟଣା। ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ,ପୋଲିସ ସହ ଆଲୋଚନା କରୁଥିଲେ, ହଟାତ ଏହି ସମୟ ରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ। କୌଣସି ଏକ କରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଆକ୍ରମଣ ହୋଇଥିଲା, ପରେ ହାତାହାତି ହୋଇଥିଲେ। ପ୍ରଦିପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ। ପ୍ରଦୀପ ଏବେ mkcg ମେଡିକାଲ ରେ ଭର୍ତ୍ତି। ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ର ସ୍ଵାଧୀନ ପ୍ରାର୍ଥୀ ଏବଂ ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ।
Politics
ଦ କୁଇଭର ବ୍ୟୁରୋ :- ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା କରାଯାଉଛି । ତେଣୁ ବ୍ଯସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ଯ ସମସ୍ତ ଅଂଚଳରେ ମଧ୍ଯ ସମସ୍ତେ ମତଦାନ କରିବାକୁ ମୁଖ୍ଯ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ଯ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ଯବସ୍ଥା ମଧ୍ଯରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।
Education
ଦ କୁଇଭର ବ୍ୟୁରୋ :-:ପ୍ରକାଶ ପାଇଲା ସିବିଏସସି (CBSE) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ବୃଦ୍ଧି ପାଇଛି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଭଳି ଏଥର ବି ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । ୯୧ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ବାଜିମାତ କରିଛନ୍ତି । CBSE ୱେବସାଇଟ୍ରେ ଏହି ରେଜଲ୍ଟ ଉପଲବ୍ଧ ରହିଛି ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଦିନ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ କରାଯାଇଛି । ଚଳିତ ବର୍ଷ ୧୮ହଜାର ୪୧୭ ସ୍କୁଲର ଛାତ୍ରଛାତ୍ରୀ ୭୧୨୬ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ତେବେ ୧୬ ଲକ୍ଷ ୩୩ ହଜାର ୭୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ୨୧ ହଜାର ୨୨୪ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରେ ୧୪ ଲକ୍ଷ ୨୬ ହଜାର ୪୨୦ ଜଣ ପାସ କରିଛନ୍ତି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ତେବେ CBSE ୱେବସାଇଟ୍ରେ ରେଜଲ୍ଟ ଜାଣିବା ପାଇଁ ହେଲେ, ପରୀକ୍ଷାର୍ଥୀମାନେ ଅଫିସିଆଲ ଓ୍ବେବସାଇଟ ମାଧ୍ୟମରେ ରେଜଲ୍ଟ ଯାଞ୍ଚ ଓ ସ୍କୋରକାର୍ଡ ଡାଉନଲୋଡ କରିପାରିବେ । cbse.gov.in / cbseresults.nic.in / results.digitalocker.gov.in କିମ୍ବା umang.gov.in ମାଧ୍ୟମରେ ରେଜଲ୍ଟ ଯାଞ୍ଚ କରିପାରିବେ l